କୋସୋଭୋ ସ୍ୱାସ୍ଥ୍ୟକର୍ମୀ ଔ ନେପାଳ ସନ୍ଦର୍ଭ
ଡା. କୃଷ୍ଣ କୁମାର ତାମାଙ
ମାନବ ଶରୀରର କେଊ
ଅଙ୍ଗ ସର୍ବାଧିକ ସଂବେଦନଶୀଳ ଯଦି ପ୍ରଶ୍ନ ଉଠେ ସମ୍ଭବତ ଅଧିକାଂଶଙ୍କ ଉତ୍ତର ହେବ ଚକ୍ଷୁ । ଚିକିତ୍ସା
ବିଜ୍ଞାନ ଏବଂ ସେହି ସାହିତ୍ୟ ଗୁଡିକରେ ଚକ୍ଷୁ ଅନ୍ୟ ଅଙ୍ଗଠାରୁ ଉତ୍କୃଷ୍ଟ ଶ୍ରାବ ଶୋଷକ ବୋଲି
କୁହା ଯାଏ । ନାକ ବା ମୁଖ ଅଥବା ଆଉ କେଉ ତରିକାରେ ଯଦି ଶରୀରରେ ତରଳ ପଦାର୍ଥ ପ୍ରବିଷ୍ଟ କରା
ଯାଏ ଚକ୍ଷୁ ସବୁ ଠାରୁ କମ ସମୟ ନିଏ । ଚକ୍ଷୁର ସୂକ୍ଷ୍ମ ରକ୍ତବାହିନୀ ନଳିସବୁ ମସ୍ତିସ୍କ ସଙ୍ଗେ
ପ୍ରତକ୍ଷ୍ୟ ଗାନ୍ସି ହେବାରୁ ଔଷଧୀର ପ୍ରଭାବ ଚକ୍ଷୁରେ ପଡିଲେ ତାହା ସେହି କ୍ଷଣେ ମସ୍ତିସ୍କରେ
ଦେଖା ପଡେ । କେହୁ ରୋଗୀଙ୍କୁ ପରୀକ୍ଷଣ କରିବାକୁ ସର୍ବ ପ୍ରଥମ ଡକ୍ଟର ନିଜର ଚକ୍ଷୁ ଦେଖନ୍ତି
ଯାହା ଆମେ ସବୁ ଦେଖି ଆସିଛୁ । ବିମାର ଲୋକଙ୍କ ସ୍ୱାସ୍ଥ୍ୟ ଲାଭ ବା ହାନି ଯାହା ହେଲେ ଭି
ଚିକିସ୍ତାକର୍ମୀ ଉପରେ ଆରୋପ ଲାଗିବା ସ୍ଵାଭାବିକ ତଥାପି ସେଥିରେ କେହି ଆଂଶିକ ମାତ୍ରାରେ
ନିଶ୍ଚୟ ଜିମ୍ମେବାରି ରହିବା କଥା ଗଳତି ନୁହେଁ ।
ଇସବୀ ସମ୍ବତ ୨୦୦୧ରେ
ଶାନ୍ତି ସ୍ଥାପନଲାଗି ପୂର୍ବ ୟୁଗୋସ୍ଲାଭିୟା ଦେଶ କୋସୋଭୋ (UNMIK - United Nations Interim Mission in Kosovo)
ସ୍ଥିତ ସଂଯୁକ୍ତ ରାଷ୍ଟ୍ର ସଂଘ ପୁଲିସ ଅନୁଶିକ୍ଷଣ ତାଳିମକେନ୍ଦ୍ରରେ ମୋତେ ପ୍ରଶିକ୍ଷକ
ନିଯୁକ୍ତି ମିଳିବାରୁ ଅଧ୍ୟାପନ କାର୍ଯ୍ୟ କରିବାକୁ ପଡୁଥିଲା । ସେଥି
ପାଇଁ ମୋର ଅଧିକ ସମୟ କମ୍ପୁଟରରେ ବ୍ୟତିତ ହେବାରୁ ଚକ୍ଷୁ ଲାଲ ଏବଂ ଦ୍ରବିଭୂତ ସାଥିରେ ଜଳନ ସମସ୍ୟା
ଦେଖା ପଡିବାରୁ ଚିକିତ୍ସକଙ୍କ ପାଖକୁ ଯାଇ ଥିଲି । ସଂଯୁକ୍ତ
ରାଷ୍ଟ୍ର ସଂଘ ଚିକିତ୍ସକ ସମୂହରେ ରୁସି ସୈନ୍ୟ ହସ୍ପିଟଲ ଅଧିକାରୀ ଠାରୁ ଅଧିକାଂଶ ଷ୍ଟାଫମାନଙ୍କୁ
ଇଂରାଜୀ କଥା ବୁଝିବାକୁ ଓ କହି ପାରିବାକୁ କେହି ନଥିଲେ । ଅଳ୍ପ ସଂଖ୍ୟକ କେହି ମାତ୍ର ଜର୍ମନୀ
ଭାଷା କହି ପାରନ୍ତି । ଭାଷା ଅନୁବାଦକଙ୍କ ସହଯୋଗରେ ରୁସି ଚିକିତ୍ସକ ଲେଖା ପ୍ରେସକ୍ରିପସନ ନେଇ
ବାଜାର ଯାଇ ମେଡିକାଲ ଷ୍ଟୋରରୁ ଓଷଧୀ ଖରିଦ କରି ଚକ୍ଷୁରେ ପକାଇ ଥିଲି । ଫଳରେ କିଛି ଲାଭ ହେଲା
ଭଳି ଲାଗିଲା ନାହିଁ । ବରଂ କିଛି ଦେଖି ନପାରି ତାଳିମ
କେନ୍ଦ୍ର ପ୍ରଶିକ୍ଷକ ସାଙ୍ଗକୁ ସାଥିରେ ନେଇ ଗତ କାଲିର ହସ୍ପିଟଲ ପହଞ୍ଚି ସେହି ଡକ୍ଟର ଭେଟି
ନିଜେ ଦେଇ ଥିବା ପ୍ରେସକ୍ରିପସନ ଆଉ ମେଡିକାଲ ଓଷଧୀ ଓ ବିଲ ନେଇ ଏ ସବୁ କଣ କେମିତି ହେଲା
ଦେଖାଇବାରୁ ନୂଆ କଥା ବାହିରି ଆସି ଥିଲା ।
ଓଷଧୀ ସେବନ ପରେ ପୀଡା କମ ହେବା ବିପରିତ ଆଉ
ଅଧିକ ଅବସ୍ଥା ଜଟିଳ କିପରି ହୁଏ ପ୍ରଶ୍ନ କରିବାରୁ ଡକ୍ଟର କହନ୍ତି ଯେ ସେ ଯେଉଁ ପ୍ରେସକ୍ରିପସନ
ଲେଖି ଥିଲେ ତାହା ପରି ଓଷଧୀ ନଥିଲା । ପ୍ରେସକ୍ରିପସନ ଲେଖା ବମୋଜିମ ଓଷଧୀ ନଥିବାରୁ ସେ ସବୁ
ହେଇ ଥିଲା । ସେହି କ୍ଷଣେ କାଲିର ମେଡିକାଲ ସ୍ଟୋର ପହଞ୍ଚି ଓଷଧୀ ଆଉ ବିଲ ଦେଖାଇ କାହିଁକି
ପ୍ରେସକ୍ରିପସନ ଠାରୁ ଭିନ୍ନ ଓଷଧୀ ଦେଇ ଥିଲେ ବୋଲି ବୁଝିବାରୁ ପ୍ରତି ଉତ୍ତରରେ ସେହି କ୍ଷଣେ ସେ
ଓଷଧୀ ନଥିବାରୁ ସେହି ପ୍ରକୃତିର ଅନ୍ୟ ଓଷଧୀ ଦେବା କଥା ଜଣା ପଲା ।
ଆଶ୍ଚର୍ଯ୍ୟ କଥା ଯେ ଗତ ଛ ମାସ ଠାରୁ ସେ
ମହିଳା ଡକ୍ଟର ପ୍ରେସକ୍ରିପସନ ଦେଖି ଓଷଧୀ ବ୍ୟାପାର କରି ଆସୁ ଥିଲେ। । ସେ କେବେ ଚିକିତ୍ସା
ବିଷୟରେ ପ୍ରଶିକ୍ଷଣ ବ। ଅଧ୍ୟୟନ କରି ନଥିଲେ । ପ୍ରେସକ୍ରିପସନରେ ଲେଖା ଓଷଧୀ ନଥିବାରୁ ସେହି
ଭଳି ଅନ୍ୟ ଓଷଧୀ ସେ କାମ କରିବା ବିଶ୍ଵାସରେ ଦେଇ ଥିଲେ । ଧନ୍ୟ ସେ ନାରୀ ଯେ ଏତେ ମହାନ ଉଦାର
ହୃଦଯ ରଖନ୍ତି, ରୋଗୀ କେବେ ଖାଲି ହାତ ନ ଯାଉ ବୋଲି ସେ ନିଜ ବିବେକ ପ୍ରଯୋଗ କରି ଅନ୍ୟ
ଓଷଧୀ ଦେଇ ପଠାଉ ଥିଲେ ।
ସ୍ଥାନୀୟ ପୁଲିସକୁ ଖବର କଲା ପରେ ଗବେଷଣା
କରିବାରୁ ନିଜ ସାଥିରେ କୌଣସି କାଗଜ ପତ୍ର ଯେମିତି ନଗରପାଳିକା ସ୍ଵିକୃତି, ମେଡିକାଲ କାଉନ୍ସିଲ ଏବଂ କର କାର୍ଯ୍ୟ।ଳୟ ଭଳି ସରକାରୀ କିଛି ନଥିବାର ଜଣା ପଡିଲା । ଜୀବିକା
ଉପାର୍ଜନ କରିବା ବୋଲି କଣ ଯାହା ମନ ଲାଗେ ତାହା କରିବାକୁ କେହି ସ୍ଵତନ୍ତ୍ର ହୁଏନ୍ତି? ଏମିତି ଭାଜି ଖେତି ଭଳି ଦୁକାନ ଖୋଲି ସର୍ବ ସାଧାରଣ ଜନତାଙ୍କ ଜୀବନ ବିପଦରେ ପ।ରି
ଓଷଧୀ ବ୍ୟାପାର କରିବା କଥା ବାହାରକୁ ଆସି ଥିଲା । ଆଶ୍ଚର୍ଯ କଥା ଯେ ଦେଶର ଆଇନ କାନୁନ ବିପରୀତ ସେମିତି
ଆହୁରି ଓଷଧୀ ଦୁକ।ନମାନେ ଲାଇନ ଲାଗି ଅଛନ୍ତି । ଏଭଳି ବୃହତ ସଂଖ୍ୟାରେ ବିନା
ଅନୁମତି, ବିନା କେହି ପ୍ରଶିକ୍ଷଣ ମନଲାଗି ଢଙ୍ଗରେ ଓଷଧୀ ବ୍ୟବସାୟ କରିବା ଲୋକମାନଙ୍କ
ବିରୁଦ୍ଧରେ କାନୁନୀ କ୍ରିୟାକଳାପ ରାଷ୍ଟ୍ରୀୟ ସମାଚାରରେ ତରଙ୍ଗ ସୃଷ୍ଟି କରିଥିଲା ।
ନେପାଳ
ସନ୍ଦର୍ଭରେ ୨୦୧୫ ଜାନୁଆରୀ ମାସରେ ନକଲି ଚିକିତ୍ସକ ମାନଙ୍କ ବ୍ୟାପକ ଖେଳ ନେପାଳ ପୁଲିସଦ୍ଵାରା
ସାର୍ବଜନିକ ହେବାରୁ ସର୍ବସାଧାରଣ ଜନତାମାନଙ୍କ ହୃଦୟରେ ସୁଶାସନ ପ୍ରତି ଆଶା ଜାଗୃତ ଏବଂ
ପ୍ରଶଂସା ଲହର ବିସ୍ତାରିତ ହେଇଛି । ରାଜ୍ୟ ଏବଂ ସରକାରୀ ସଞ୍ଜନ୍ତ୍ରମାନଙ୍କୁ ଜନତାମାନଙ୍କ
ସହଯୋଗ, ସୂଚନା ସଦା ସ୍ଵାଗତଯୋଗ୍ୟ ହୁଅନ୍ତି । ନେପାଳ
କାନୁନ (Country Code of Conduct) ଠଗି ଧାରା ୧ ଆଉ
୨ରେ ସ୍ପଷ୍ଟ ଲେଖା ଅଛି ଯେ ନିଜର ଅଧିକାର ନଥିବା, ଅନ୍ୟର ଅଧିକାର
ହେବା ଚଳ ଅଚଳ ସମ୍ପତ୍ତି ଯଦି କେହି ତାକୁ
ଫୁସ୍ଲାଇ ବା ପରିପଞ୍ଚ କରି ଝୁଠା କଥାକୁ ମିଛ କହି ଧୋକା ଦିଇ ନେଇ ବା ଦେଇ ଗଲେ ତାହା ଠଗି ହୁଏ
। ସେହି ଭଳି ଧାରା ୨ରେ ନିଜର ନାମ ମିଛ କହି ଅନ୍ୟର ନାମରେ
ଆପଣ ପରିଚୟରେ ଅନ୍ୟର ନୋକସାନି ଏବଂ ନିଜର ଲାଭ ହେବା କାର୍ଯ୍ୟ ଭି ଠଗି କହା ଯାଇଛି । ଧାରା ୪ରେ
ଯଦି ଆରୋପ ପ୍ରମାଣିତ ହୁଏ ତେବେ ସେ ସାମାନର ମୂଲ୍ୟ ଯେତେ ହୁଏ ସେତେ ମୂଲ୍ୟ ଯୋଗ କରି ଜାରିବାନା
ଆଉ ଯଦି ସେ ସାମାନର ମୂଲ୍ୟ ନିର୍ଧାରଣ ନହୁଏ ପାଞ୍ଚ ହଜାର ଟଙ୍କା ଜରିବାନା ଆଉ ତା ଉପରେ ପାଞ୍ଚ
ବର୍ଷ କଏଦ ହେବା ପ୍ରବଧାନ ଥାଏ । ନକଲି ସାର୍ଟିଫିକେଟ ରେ ସରକାରୀ ଜାଗିର କଲାବଳାଙ୍କୁ
ଭ୍ରଷ୍ଟାଚାର ନିବାରଣ ଆଇନ ୨୦୦୨ ଆକୃଷ୍ଟ ହେଇ ପାରନ୍ତି । ସେହି ଭଳି ଓଡିଶାରେ ଭାରତୀୟ ଦଣ୍ଡ ସଂହିତା
(Indian Penal Code) ଲାଗୁ ହୁଏ । ଧାରା ୪୨୦ଅନ୍ତର୍ଗତ ଯଦି କେହି କାହାକୁ ମିଛ
କହନ୍ତି ବା ଠଗିବା ଉଦ୍ଦେଶ୍ୟ ନେଇ ତଳ ଉପର କରନ୍ତି ତାହା ହୁଏ ଠଗି (ଫ୍ରଡ) ଆଉ ଦଣ୍ଡ ହେଇ ପାରେ ଜରିବାନା ସଙ୍ଗେ ସାତ ବରଷ
କଇଦ ।
ନେପାଳର ସ୍ୱାସ୍ଥ୍ୟ କ୍ଷେତ୍ରରେ ଚିକିତ୍ସକ, ହାୱାଇ ପାଇଲଟ ନକଲି ହେବା, ବୀନା ଲାଇସେନ୍ସ ସାର୍ବଜନୀକ
ଗାଡି ଚଳାଇବା, ସରକାରୀ ଅନୁମତି ନେଇ ନପାରିବା ପୁରୁଣା ଏବଂ ପ୍ରୟୋଗ
ହେଇ ନପାରିବା ସଡକରେ ଯାତାୟାତ ସଂଚାଳନ କରିବା ଆଦି ଲାପରବାହୀ ଗମ୍ଭୀର ସମସ୍ୟା ଅଟନ୍ତି ।
ଖାଦ୍ୟାନ୍ନରେ ସମୟ ବ୍ୟତିତ ହେବା, ଦୂଷିତ ପଦାର୍ଥ ଆଉ ନକଲି ଅଖାଦ୍ୟ
ବସ୍ତୁ, ଫଳଫୁଲରେ ବିଷାକ୍ତ ଓଷଧୀ ଆଉ ରାସାୟନିକ ମଳ ଦୁରୁପଯୋଗ ସମାଚାର
ସବୁ ସାମାନ୍ୟ ହେଇଛନ୍ତି । ପରମ୍ପରା ଏବଂ ଧାର୍ମିକତାରେ ଆଧାରିତ ଆମ ପର୍ବଗୁଡିକରେ ମିଷ୍ଟାନ୍ନ
ଏବଂ ମାଂସମତ୍ସ୍ୟ ଖପତ ଉଲ୍ଲେଖ୍ୟ ବୃଦ୍ଧି ହେବାରୁ ଆମ ସ୍ୱାସ୍ଥ୍ୟ ସେହି ଅନୁପାତରେ ବଢି ଜୋଖିମଯୁକ୍ତ
ହେଇଥାନ୍ତି ସେଥିପାଇଁ ସର୍ବଦା ସତର୍କତା ନେବା ଶ୍ରେସ୍କର ହୁଅନ୍ତି ।
୦୫ ଅକ୍ଟୋବର
୨୦୧୫
(ଲେଖକ ସଶସ୍ତ୍ର ପୁଲିସ ବଳ ନେପାଳ, ଅତିରିକ୍ତ ମହାନିରୀକ୍ଷକ ହୁଏନ୍ତି )
This is Oriya language from South-Eastern state of Orissa, India.
Dr. Tamang often writes articles, features and research papers on administrative and management issues of disaster,
crimes against women and children, good governance, international humanitarian law,
Mines/UXO awareness, security and safety matters literature. He has Post Graduate Degree in International
Humanitarian
Law,
Masters
Degree
in
Disaster Mitigation, Masters
Degree in Criminology, M Phil in Police Administration
and
PhD in Public Administration.
In addition, various security genre professional trainings home
and abroad, seminars and United Nations varied three peacekeeping field missions experience; and a number of conflict management courses in the US, Europe, Asia and Africa; are
plus points for his successful academic aspects of career. More of his articles are at: http://drkktamang.blogspot.com/